ସୌମ୍ୟାଶ୍ରୀଙ୍କ ଘରେ ପହଞ୍ଚି କ୍ରାଇମବ୍ରାଞ୍ଚ୍ ଟିମ୍ର ପଚରାଉଚରା
FM କଲେଜ୍ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛି । ମୃତ ଛାତ୍ରୀଙ୍କ ଘରେ ପହଞ୍ଚି କ୍ରାଇମବ୍ରାଞ୍ଚ୍ ଟିମ୍ର ପଚରାଉଚରା । ଭୋଗରାଇ ବ୍ଲକ ପଳାସିଆ ଗାଁରେ କ୍ରାଇମବ୍ରାଞ୍ଚ ଟିମ୍। ପରିବାର ସଦସ୍ୟଙ୍କୁ ଚାଲିଛି ପଚରାଉଚରା। FM କଲେଜରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍। ICC ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ର ପଚରାଉଚରା କରୁଛି ।ସେପଟେ FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ବାଲେଶ୍ବର ଯିବ ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି । ତଦନ୍ତ କମିଟି ନିକଟରେ ହାଜର ହେବେ ICC ସଦସ୍ୟ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ତଦନ୍ତ କମିଟି । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ICC ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ଏହି ତଦନ୍ତ କମିଟିରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।
