ଇଣ୍ଡିଗୋ ସଙ୍କଟ, ତଦନ୍ତ ପାଇଁ ନ୍ୟାୟିକ କମିଶନ ଗଠନ କରିବାକୁ ଦାବି

ଥମୁନି ଇଣ୍ଡିଗୋ ସଙ୍କଟ, ତଦନ୍ତ ପାଇଁ ନ୍ୟାୟିକ କମିଶନ ଗଠନ କରିବାକୁ ସିପିଏମ୍ ସାଂସଦଙ୍କ ଦାବି

ଥମୁନି ଇଣ୍ଡିଗୋ ସଙ୍କଟ । ଇଣ୍ଡିଗୋର ବ୍ୟାପକ ବିମାନ ବାତିଲ ହେବା ପରେ ବର୍ତ୍ତମାନ ଏହି ମାମଲା ରାନୈତିକ ଏବଂ ପ୍ରଶାସନିକ ସ୍ତରରେ ଗମ୍ଭୀର ହେବାରେ ଲାଗିଛି । ପରିବହନ, ପର୍ଯ୍ୟଟନ ଏବଂ ନାଗରିକ ଉଡ଼ାଣ ସହିତ ଯୋଡି ହୋଇ ରହିଥିବା ସଂସଦୀୟ ସ୍ଥାୟୀ ସମିତି ଇଣ୍ଡିଗୋ, ଅନ୍ୟ ଏୟାରଲାଇନ୍ସ, DGCA ଏବଂ MoCAର ଅଧିକାରୀଙ୍କୁ ସମନ କରିବାକୁ ନିଷ୍ପତ୍ତି ନେଇଛି । ଏହାରି ମଧ୍ୟରେ ଇଣ୍ଡିଗୋ ରେକର୍ଡ ଭାଙ୍ଗି ଉଡ଼ାଣ ବାତିଲ କରି ଚାଲିଛି ।ସୂଚନାନୁଯାୟୀ, ଇଣ୍ଡିଗୋ ବିମାନର ବାରମ୍ବାର ବାତିଲ ହେବା ଯୋଗୁଁ ହଜାର ହଜାର ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କମିଟି ଖୁବ୍ ଶୀଘ୍ର ଇଣ୍ଡିଗୋ, ଅନ୍ୟ ଏୟାରଲାଇନ୍ସ,DGCA ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀଙ୍କୁ ସମନ କରିବ । ଏଥିସହିତ ଭବିଷ୍ୟତରେ ଏପରି ପରିସ୍ଥିତିର ପୁନରାବୃତ୍ତି ନହେବା ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ତାହା ମଧ୍ୟ କମିଟି ଯାଞ୍ଚ କରିବ । ଏହି ଘଟଣା ପରେ ସାଂସଦ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଅନେକ ଯାତ୍ରୀ ସିଧାସଳଖ ସାଂସଦମାନଙ୍କ ଫୋନ କରି ସେମାନଙ୍କ ଅସୁବିଧା ଜଣାଇବା ସହିତ ଏହି ଘଟଣାକୁ ଗମ୍ଭୀର ଭାବେ ନେବାକୁ ବାଧ୍ୟ କରିଛନ୍ତି ।ଏହାରି ମଧ୍ୟରେ ସିପିଏମ୍ ସାଂସଦ ଜନ୍ ବ୍ରିଟାସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ମାମଲାର ତଦନ୍ତ ପାଇଁ ଚିଠି ଲେଖିଛନ୍ତି । ଏଥି ସହିତ ଏକ ନ୍ୟାୟିକ କମିଶନ ଗଠନ କରିବାକୁ ମଧ୍ୟ ଦାବି କରିଛନ୍ତି ।ସୂଚନାଯୋଗ୍ୟ, ଇଣ୍ଡିଗୋ ସିଇଓ ଏଲବର୍ସଙ୍କୁ ସୋକଜ ନୋଟିସର ଜବାବ ଦେବାକୁ ପଡିବ। ୨୪ ଘଣ୍ଟା ମଧ୍ୟରେ ଜବାବ ଦେବାକୁ କୁହାଯାଇଛି । ଯଦି ଉତ୍ତର ସନ୍ତୋଷଜନକ ନହୁଏ, ତେବେ ଜରିମାନା କିମ୍ବା ଅନ୍ୟା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । DGCA ର ଏକ ଚାରି ଜଣିଆ କମିଟି ସଙ୍କଟର ସ୍ୱତନ୍ତ୍ର ତଦନ୍ତ କରୁଛି ।