BMC ପକ୍ଷରୁ ଭୋର ୫ଟାରୁ ଆରମ୍ଭ ହୋଇଛି କୁକୁର ଗଣତି

ଆଜିଠୁ ରାଜଧାନୀରେ ବୁଲା କୁକୁର ଗଣନା

ଆଜିଠୁ ରାଜଧାନୀରେ ବୁଲାକୁକୁର ଗଣତି । ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ବୁଲା କୁକୁର ଗଣନା ଆରମ୍ଭ ହୋଇଛି । BMC ପକ୍ଷରୁ ଭୋର ୫ଟାରୁ ଆରମ୍ଭ ହୋଇଛି ଗଣତି । ୨୫ ତାରିଖ ପର୍ଯ୍ୟନ୍ତ ବିଏମସିର ୬୭ଟି ୱାର୍ଡରେ ଏହି ଗଣନା ହେବ । ଏଥିପାଇଁ ଜୋନ୍ ଓ ୱାର୍ଡରେ ତିବା ପ୍ରତ୍ୟେକ ଗଳି ପାଇଁ ୪୧୦ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଗଳି କନ୍ଦିରେ ୨ଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବ ।ପ୍ରଥମ ପର୍ଯ୍ୟାୟ କୁକୁର ଗଣତି ସେପ୍ଚେମ୍ବର୧୮ରୁ ୨୧ ତାରିଖ ଓ ଦ୍ବିତୀୟ ପର୍ଯ୍ୟାୟ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ବାବଧାନରେ ସ୍ବଛସାଥୀ, ସ୍ବଛ ସୁପରଭାଜର, ସାନିଟାରି ଇନିସପେକ୍ଟର, ଏସଏମଟିଏ, ଡିଇଓ, ସିଓ, ୱାର୍ଡ ଅଫିସର ପ୍ରମୁଖ ଗଣତିରେ ନିୟୋଜିତ ହୋଇଛନ୍ତି । ଗଣତି ଦ୍ବାରା ବିଏମସି ଅଞ୍ଚଳରେ କେତେ ବୁଲା କୁକୁର ଅଛନ୍ତି, ତାର ଏକ ଚିତ୍ର ମିଳିପାରିବ ।