କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଅମରେଶ ଜେନା

ବିଜେପି ମୁହାଁ କି ବିଜେଡି କର୍ପୋରେଟର

ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଅମରେଶ ଜେନା । ଅମରେଶଙ୍କ ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା । ଅମରେଶ ଜେନା ଓରଫ ବାଇଁଆଙ୍କ ସମେତ ଅନ୍ୟ କର୍ପୋରେଟର ଧର୍ମେନ୍ଦ୍ରଙ୍କୁ ସାକ୍ଷାତ କରିଛନ୍ତି। ଏନେଇ ଅମେରଶ କହିଛନ୍ତି, ଭୁବନେଶ୍ୱର ଗ୍ରୁପ ପକ୍ଷରୁ ଭେଟିଛୁ। ରାଜଧାନୀର ଉନ୍ନତି ପାଇଁ ଭେଟିଛୁ, ରାଜନୀତି ପାଇଁ ନୁହେଁ। ଏହାପୂର୍ବରୁ ମଧ୍ୟ ବିଜେଡିର ବରିଷ୍ଠ କର୍ପୋରେଟର ଅମରେଶ ଜେନାଙ୍କୁ ଡକାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରରେ ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟର ବିଭିନ୍ନ ମନ୍ତ୍ରୀଙ୍କ ଗହଣରେ ଦେଖିବାକୁ ମିଳିଥିଲା ଅମରେଶଙ୍କୁ । ଅମରେଶଙ୍କୁ ଗାଡ଼ି ପାଖକୁ ଡାକିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଭଲ ମନ୍ଦ ବି ପଚାରିଥିଲେ । ସେତେବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଥିଲା। ତେବେ ଏହି ଭେଟଘାଟ ପରେ ଭୁବନେଶ୍ୱର ବିଜେଡିରେ ବଡ଼ ହଲଚଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।