ଡେପୁଟେସନରେ ଗଲେ ଆଇପିଏସ ଆଶିଷ ସିଂ

କେନ୍ଦ୍ରୀୟ ଡେପୁଟେସନରେ ଗଲେ ବିବାଦୀୟ ଆଇପିଏସ ଆଶିଷ ସିଂ

କେନ୍ଦ୍ରୀୟ ଡେପୁଟେସନରେ ଗଲେ ବିବାଦୀୟ ଆଇପିଏସ ଆଶିଷ ସିଂ । ଇଣ୍ଡୋ-ତିବ୍ଦତିଆନ୍ ବର୍ଡର ପୋଲିସ ଫୋର୍ସ ବା ଆଇଟିବିପି ଆଇଜି ଭାବେ ଆଶିଷଙ୍କୁ ନିଯୁକ୍ତି ମିଳିଛି । ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି । ଗତ ସାଧାରଣ ନିର୍ବାଚନ ବେଳେ ମିଛ କହି ମେଡିକାଲ୍ ଲିଭରେ ଥିଲେ ଆଶିଷ ସିଂ । ଆଶିଷ ସିଂ ନିର୍ବାଚନ ବେଳେ ସେତେବେଳର ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ବିଜେପି । ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ IG ପଦରୁ ହଟାଯାଇଥିଲା । ପରେ ତାଙ୍କୁ ଆଇଜି- ସିଏମ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା ।ହେଲେ ସେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା । ମେଡିକାଲ ଲିଭରେ ଥିବା ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ କମିଶନ । ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଜଣାପଡ଼ିଥିଲା ଯେ, ଆଶିଷ ମିଛ କହି ଛୁଟିରେ ଥିଲେ ।

ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ECIଙ୍କ ନିର୍ଦ୍ଦେଶ ଦେଇଥିଲେ । ପରେ ଆଇପିଏସ ଆଶିଷ ସିଂଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରିଥିଲେ ରାଜ୍ୟ ସରକାର । ପୂର୍ବରୁ ମଧ୍ୟ ଆଶିଷଙ୍କ ବିରୋଧରେ ଆସିଥିଲା ଅଭିଯୋଗ । ଗତ ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ IG ପଦରୁ ହଟାଯାଇଥିଲା । ପରେ ତାଙ୍କୁ ଆଇଜି- ସିଏମ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *