ପିଚୁ ଭର୍ତ୍ତି ଟ୍ୟାଙ୍କରକୁ ଧକ୍କା ଦେଲା କଣ୍ଟେନର, ଡ୍ରାଇଭର ଗୁରୁତର

ପିଚୁ ଭର୍ତ୍ତି ଟ୍ୟାଙ୍କରକୁ ଧକ୍କା ଦେଲା କଣ୍ଟେନର

କୁହୁଡ଼ି ହେଲା କାଳ । ପିଚୁ ଭର୍ତ୍ତି ଟ୍ୟାଙ୍କରକୁ ଧକ୍କା ଦେଲା କଣ୍ଟେନର । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ । ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥ ତମାଣ୍ଡ ଗୋହିରିଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ଗୁରୁତର ଡ୍ରାଇଭରଙ୍କୁ ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି । ଭୋର ସମୟରେ କୁହୁଡ଼ି ପାଇଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣା ପରେ ରାସ୍ତା ସାରା ପିଚୁ ବିଛାଡ଼ି ହୋଇପଡ଼ିଛି । ଫଳରେ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ତମାଣ୍ଡୋ ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର ଓ କଣ୍ଟେନରକୁ ଜବତ କରି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *