ପ୍ରଦୂଷଣ ବଢ଼ିବା ପରେ ବାଲେଶ୍ୱରରେ ଲାଗିଛି କଟକଣା

ବାଲେଶ୍ୱରରେ ୭ ଦିନ ପାଇଁ ସଂଧ୍ୟା ୬ରୁ ସକାଳ ୧୦ ଯାଏଁ ନିର୍ମାଣ କାମ ବନ୍ଦ

ପ୍ରଦୂଷଣ ବଢ଼ିବା ପରେ ବାଲେଶ୍ୱରରେ ଲାଗିଛି କଟକଣା । ବାଲେଶ୍ୱର ପୌରପାଳିକା ଓ ଅନ୍ୟ ଏଏନଏସି ମ୍ୟୁନିସିପାଲଟି ପାଇଁ ପ୍ରଦୂଷଣ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଲଗାତର ଏକ୍ୟୁଆଇ ବୃଦ୍ଧିକୁ ନେଇ ଜିଲ୍ଲାପାଳ ଗାଇଡ୍‌ଲାଇନ ଜାରି କରିଛନ୍ତି । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ସିଞ୍ଚନ ପାଇଁ ଏନଏଚଏଏଆଇକୁ ନିର୍ଦ୍ଦେଶ ହୋଇଛି ।ସେହିପରି ଖୋଲାରେ ଆବର୍ଜନା ପୋଡ଼ିବା ଓ ଢାବାରେ କୋଇଲା ରୋଷେଇକୁ ବାରଣ କରାଯାଇଛି । ଏହାସହ ସହର ଭିତରେ ଭାରିଯାନ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । ଆଗାମୀ ୭ ଦିନ ପାଇଁ ଗାଇଡ୍‌ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ବିଏନଏସଏସ ଧାରା-୧୬୩(୨) ଅନୁଯାୟୀ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *