ବିଧାୟକଙ୍କୁ ମାରିବାକୁ ଷଡଯନ୍ତ୍ର !

ତାଳଚେର ବିଧାୟକଙ୍କ ଅଫିସରେ ଟାଇମ ବମ୍‌ !

ବିଧାୟକଙ୍କ ଘରେ ପଡିଛି ବୋମା । ଏକଥା ଅବାସ୍ତବ ଲାଗୁଥିଲେ ବି କଥାଟି ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେରରେ । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍ ପରିସରରେ ଏକ ବୋମା ପଡ଼ିଛି। ବୋମାଟି କେଉଁଠୁ ଆସିଲା ବା କିଏ ରଖିଲା ଏକଥା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏହାର ତଦନ୍ତ ଚାଲିଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ସକାଳେ ବିଧାୟକଙ୍କ ନନ୍ଦିରା ସ୍ଥିତ ଅଫିସ୍ ପରିସରରରେ ଗୋଟିଏ ବୋମା ପଡ଼ିଥିବା ଜଣେ କର୍ମୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ବୋମାରେ ଟାଇମର ଲାଗିଥିବା ଜଣାଯାଇଛି। ବୋମାଟିକୁ ନିଷ୍କ୍ରୟ କରିବା ପାଇଁ ବମ୍‌ ସ୍କ୍ୱାର୍ଡକୁ ଖବର ଦିଆଯାଇଥିଲା । ତେବେ ବିଧାୟକଙ୍କ ଅଫିସ୍ ପରିସରରରେ ବୋମାଟିକୁ କିଏ ପକାଇଲା, ଏହା ପଛରେ କ’ଣ କାରଣ ରହିଛି ଜଣାପଡ଼ିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଦେଖିବାକୁ ମିଳିଛି ।