ମହିଳା କଂଗ୍ରେସ କର୍ମୀଙ୍କ ମୃତଦେହ ମିଳିବା ଘଟଣା

ମହିଳା କଂଗ୍ରେସ କର୍ମୀଙ୍କ ମୃତଦେହ ମିଳିବା ଘଟଣା, ହତ୍ୟା ଅଭିଯୋଗ ଆଣିଲେ ମା’

ହରିୟାଣାର ରୋହତକରେ କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କ ମୃତଦେହ ଏକ ସୁଟକେସରୁ ମିଳିଥିଲା । ହିମାନୀଙ୍କ ମାଆ ସବିତା ଏନେଇ ଗୁରୁତର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ନିର୍ବାଚନ ଏବଂ ପାର୍ଟି ମୋ ଝିଅର ଜୀବନ ନେଇଗଲା । ଏହି କାରଣରୁ ମୋ ଝିଅର କିଛି ଶତ୍ରୁ ହୋଇଯାଇଥିଲେ । ଯେଉଁ ମାନେ ଶତ୍ରୁ ପକ୍ଷରୁ ହୋଇପାରନ୍ତି ।ହିମାନୀଙ୍କ ମା କହିଛନ୍ତି ଦଳରେ ହିମାନୀଙ୍କ ପ୍ରତିଷ୍ଠା ବଢ଼ୁ ଥିବାର ଦେଖାଯାଉଥିଲା ।  ସେ ରାହୁଲ ଗାନ୍ଧୀଙ୍କ ସହିତ ଯାଉଥିଲା ।  ହୁଡା ପରିବାରର ନିକଟତର ଥିଲେ ତେଣୁ ଲୋକଙ୍କ ସମସ୍ୟା ହେଉଥିଲା ଯାହାଫଳରେ ସେମାନେ ଈର୍ଷା କରୁଥିଲେ। ବୋଲି କହିଛନ୍ତି । ଆମେ ପୋଲିସ ଷ୍ଟେସନରୁ ଏକ ଫୋନ୍ ପାଇଥିଲୁ ଓ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲୁ । ମୋ ଝିଅ ଆଶା ହୁଡା ଭୁପିନ୍ଦର ସିଂହ ହୁଡାଙ୍କ ସ୍ତ୍ରୀଙ୍କ ବହୁତ ନିକଟତର ଥିଲା । ଯେପର୍ଯ୍ୟନ୍ତ ମୋ ଝିଅକୁ ନ୍ୟାୟ ମିଳିନାହିଁ ସେପର୍ଯ୍ୟନ୍ତ ମୁଁ ତା’ର ଶେଷକୃତ୍ୟ କରିବି ନାହିଁ କହିଛନ୍ତି ହିମାନୀଙ୍କ ମା । ଏହାପରେ ସବିତା ପାରିବାରିକ ବିବାଦ ବିଷୟରେ କହିଥିଲେ । ଭୟରେ ରହୁଥିଲୁ ବୋଲି ଜଣାଇଥିଲେ । ମୋ ପୁଅକୁ ଏଠାରୁ ବିଏସଏଫ କ୍ୟାମ୍ପକୁ ପଠାଇ ଦେଇଥିବା କଥା କହିଥିଲେ ମା । ମୋ ବଡ଼ ପୁଅକୁ ୨୦୧୧ ମସିହାରେ ହତ୍ୟା କରାଯାଇଥିଲା ଏବଂ ଆମେ କେବେ ନ୍ୟାୟ ପାଇଲୁ ନାହିଁ । ତେଣୁ ମୁଁ ମୋର ଦ୍ୱିତୀୟ ପୁଅର ଜୀବନ ବଞ୍ଚାଇବା ପାଇଁ ବିଏସଏଫ କ୍ୟାମ୍ପକୁ ପଠାଇ ଦେଇଥିଲି ବୋଲି କହିଛନ୍ତି ମା । ନିର୍ବାଚନ ପରେ ସେ ଦଳ ପ୍ରତି ଟିକେ ନିରାଶ ହୋଇଥିଲା । ସେ କହୁଥିଲା ଚାକିରି କରିବ କିନ୍ତୁ ଦଳ ପାଇଁ ଅଧିକ କାମ କରିବ ନାହିଁ । ଗତ ଦଶ ବର୍ଷ ଧରି କଂଗ୍ରେସ ସହିତ ଜଡିତ ଥିଲା । ସେ ମଧ୍ୟ ବିବାହ ପାଇଁ ରାଜି ହୋଇଯାଇଥିଲେ ।ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡା କହିଛନ୍ତି ଯେ ଦଳ ତଦନ୍ତ ଦାବି କରିଛି ଏବଂଏହା ଦଳ ଭିତରେ ଥିବା କି ବାହାରର କେହି ଥିଲେ, ତଦନ୍ତ ପରେ ହିଁ ଜଣାପଡିବ । ସେ କହିଲେ, “ତାଙ୍କର ମୃତଦେହ ଏବେ ଶବଗୃହରେ ଅଛି । କଂଗ୍ରେସ କର୍ମୀମାନେ ଓ ସ୍ଥାନୀୟ ବିଧାୟକଙ୍କ ସହଯୋଗୀମାନେ ମଧ୍ୟ ଯାଇଛନ୍ତି । ସ୍ଥାନୀୟ ବିଧାୟକ ଭାରତ ଭୂଷଣ ବାତ୍ରା ସେମାନଙ୍କୁ ଭେଟିବାକୁ ଯିବେ । ଦନ୍ତ ଦାବି କରିଛୁ ଏବଂ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ।