ସରକାରଙ୍କୁ କଂଗ୍ରେସର ଚେତାବନୀ

୭ ଦିନ ଭିତରେ ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ନମିଳିଲେ ଡିଜିପି କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ

ବଳଙ୍ଗା ପୀଡିତାଙ୍କ ପାଇଁ ସମବେଦନା ଜଣାଇଲେ ପିସିସି ସଭାପତି ଭକ୍ତ ଦାସ । ତା ସହିତ ଏଭଳି ଘଟଣାରେ ଦୋଷୀକୁ କାହିଁକି ଧରାଯାଇନାହିଁ ସେନେଇ ପ୍ରଶ୍ନ ଉଠାଇଛନ୍ତି । ବଳଙ୍ଗା ଘଟଣାକୁ ଦୁଇ ସପ୍ତାହ ବିତିଲା । ଏତେ ଚର୍ଚ୍ଚା ହେଲା ଅଥଚ ଆଜି ପର୍ଯ୍ୟନ୍ତ ଦୋଷୀକୁ ଆମ ଶାସନ ବ୍ୟବସ୍ଥା ଧରି ପାରିଲା ନାହିଁ । ଗୃହ ବିଭାଗ କିଭଳି ପରିଚାଳିତ ହେଉଛି ସେଥିରୁ ସ୍ପଷ୍ଟ ଜଣାପଡୁଛି । ଗୋଟି ଗୋଟି କରି ଏ ଘଟଣାକୁ କିଭଳି ଚପା ଯିବାକୁ ଚେଷ୍ଟା କରାଯାଉଛି ତାହା ଜଣାପଡୁଛି ବୋଲି ସେ କହିବା ସାଙ୍ଗକୁ ପୁନର୍ବାର ବାଲେଶ୍ୱର fm କଲେଜ ଘଟଣାକୁ ମନେ ପକାଇଛନ୍ତି । ପେଟ୍ରୋଲ କିଏ ଆଣିଲା କିଏ ଉପସ୍ଥିତ ଥିଲେ ତାହା କଣ ସରକାର ଜାଣି ପାରୁନାହାନ୍ତି କି ବୋଲି ପଚାରିବା ସହ ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟପନ୍ଥାକୁ ନେଇ ସନ୍ଦେହ ହେଉଥିବା କହିଛନ୍ତି ।ବଳଙ୍ଗା ଘଟଣାରେ ମୁଖ୍ୟମନ୍ତ୍ରୀ କେବଳ ଶୋକ ବାର୍ତ୍ତା ନଦେଇ ବଳଙ୍ଗା ଅପରାଧୀମାନଙ୍କୁ ଧରି ପୀଡିତାଙ୍କୁ ନ୍ୟାୟ ଦିଅନ୍ତୁ । କଂଗ୍ରେସ 7 ଦିନ ଭିତରେ ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦେବାକୁ ଆହ୍ୱାନ ଦେଉଛି ।

ଯଦି 7 ଦିନ ଭିତରେ ଧରି ପାରିବେ ନାହିଁ ଆମେ ଧରିନେବୁ ପ୍ରଶାସନ ନିଜେ ଅପରାଧୀ । 7 ଦିନ ପରେ କଂଗ୍ରେସ ପକ୍ଷରୁ ଡିଜିପି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।ତା ସହ ପୁଲିସକୁ ଦୁର୍ବଳ କରାଯାଉଛି । ଚୋରକୁ ଧରିବା ଜାଗାରେ ରହି ଚୋର ଭଳି ବ୍ୟବହାର କରାଯାଉଛି । ଏହା ଏକ ପ୍ରଶାସନିକ ପତ୍ତନ । ଝିଅର ପ୍ରାଣ ଚାଲିଗଲା ଅଥଚ ବଞ୍ଚି ଥିବା ବେଳେ ନ୍ୟାୟ ପାଇଲାନି । ସରକାର, ପ୍ରଶାସନ ସମସ୍ତଙ୍କୁ ଧିକ୍କାର କରିବା ସହ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି । ପୀଡିତାଙ୍କର ଆଜି ଦେହାନ୍ତ ହୋଇଛି କିନ୍ତୁ ବୟାନ ପରେ ବୟାନ ରେକର୍ଡ ହୋଇଥିବା କୁହାଯାଇଛି । ଯଦି ସେ ବୟାନ ଦେଇଛନ୍ତି ତେବେ ସେ ସୁସ୍ଥ ଥିଲେ । ଯଦି ପ୍ରକୃତରେ ବୟାନ ସେ ଦେଇଛନ୍ତି ତାକୁ ସାମ୍ନାକୁ ଅଣାଯାଉ । ଫମ୍ପା ସମାବେଦନାର କିଛି ମୂଲ୍ୟ ନାହିଁ । ବ୍ୟବସ୍ଥା ଭିତ୍ତିକ ହତ୍ୟା ବୋଲି କହିଛନ୍ତି ପିସିସି ସଭାପତି ।

One thought on “ସରକାରଙ୍କୁ କଂଗ୍ରେସର ଚେତାବନୀ

Comments are closed.