କଂଗ୍ରେସ ଗୋଟିଏ ରାଜ୍ୟସଭା ପ୍ରାର୍ଥୀ ଦେବ କହିଲେ ରାମଚନ୍ଦ୍ର କାଡ଼ାମ
ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କଂଗ୍ରେସ ରାଜ୍ୟସଭା ପାଇଁ ଗୋଟିଏ ପ୍ରାର୍ଥୀ ଦେବ । ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବୁ, ଏକ୍ ହୋଇ ଜିତାଇବାକୁ ଚେଷ୍ଟା କରିବୁ । ନବୀନ ପଟ୍ଟନାୟକଙ୍କୁ ଆମ ସଭାପତି ଭେଟିବା ପରେ ଆହୁରି ସ୍ପଷ୍ଟତା ଆସିବ । ବିଜେଡି ସମର୍ଥନ ପାଇଁ ପ୍ରୟାସ କରିବାରେ କିଛି ଅସୁବିଧା ନାହିଁ । ମିଳିତ ପ୍ରାର୍ଥୀ ପାଇଁ ପ୍ରୟାସ କରିବାରେ ବି କିଛି ଅସୁବିଧା ନାହିଁ ବୋଲି କାଡାମ କହିଛନ୍ତି ।
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ଏପ୍ରିଲରେ ଓଡ଼ିଶାର ୪ଟି ଆସନ ଖାଲି ହେଉଥିବାରୁ ଏହି ଆସନ ଗୁଡିକରେ ଭୋଟ ଗ୍ରହଣ କରାଯିବ । ଓଡ଼ିଶାରୁ ସାଂସଦ ମମତା ମହନ୍ତ, ସୁଜିତ କୁମାର, ମୁନା ଖାଁ, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହି ୪ଆସନକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି ।
