ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ

୧୪ ରେ ପଦଯାତ୍ରା କରିବ କଂଗ୍ରେସ

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ। ଅଗଷ୍ଟ ୧୪ ତାରିଖରେ ପଦଯାତ୍ରା ସହ ସାଧାରଣ ସଭା ଆୟୋଜିତ ହେବ । ପଦଯାତ୍ରା ଏଫ୍ ଏମ୍ କଲେଜରୁ ବାହାରିବ । ସାଧାରଣ ସଭା ମଧ୍ୟ ଅନୁଷ୍ଠିତ ହେବ । ବଳଙ୍ଗାରୁ ନିମାପଡ଼ା ପର୍ଯ୍ୟନ୍ତ ପଦଯାତ୍ରା କରିବ କଂଗ୍ରେସ। ନିମାପଡାରେ ସାଧାରଣ ସଭା ଅନୁଷ୍ଠିତ ହେବ।ପୀଡ଼ିତାଙ୍କ ମୃତୁ ପରେ ବି ତାଙ୍କୁ ନ୍ୟାୟ ମିଳିଲା ନାହିଁ। ପୀଡିତା ଯେତେ ବେଳେ ହପ୍ସିଟାଲ ଆସିଥିଲେ ନିଜେ ହୁଇଲ ଚେୟାର ବସିକି ଆସିଥିଲେ। କେଉଁ ପରିସ୍ଥିତିରେ ତାଙ୍କର ମୃତୁ ହେଲା। ଏବେ ପ୍ରଶ୍ନ ଆସୁଛି ତାଙ୍କୁ କାହିଁକି ଦିଲ୍ଲୀ ଏମ୍ସକୁ ସିଫ୍ଟ କରାଗଲା ବୁଝାପାଡିଲା ନାହିଁ  ।  ବିଜେପି ନେତା କହିଲେ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ହେଉଛି। ତେବେ ତାଙ୍କର ମୃତ୍ୟୁ କେମିତି ହେଲା । ପୀଡ଼ିତାଙ୍କ ଷ୍ଟେଟମେଣ୍ଟ ମଧ୍ୟ ୩ ଥରରୁ ଅଧିକ ସମୟ ରେକର୍ଡ ହୋଇଛି।  ସେତେବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ଥିଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି