ମହିଳା ସୁରକ୍ଷା ପ୍ରସଙ୍ଗରେ ଆଜି ବିଧାନସଭା ଘେରାଉ କରିବ କଂଗ୍ରେସ

ଆଜି କଂଗ୍ରେସର ବିଧାନସଭା ଘେରାଉ

ମହିଳା ସୁରକ୍ଷା ପ୍ରସଙ୍ଗରେ ଆଜି ବିଧାନସଭା ଘେରାଉ କରିବ କଂଗ୍ରେସ। ରାଜ୍ୟବ୍ୟାପୀ ହଜାର ହଜାର କର୍ମୀ ଏହି ଘେରାଉରେ ସାମିଲ ହେବେ। ରାମ ମନ୍ଦିର ସମ୍ମୁଖରୁ ପଦଯାତ୍ରା ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ। ଏହି ଆନ୍ଦୋଳନରେ ମହିଳା କର୍ମୀମାନେ ନେତୃତ୍ବ ନେବେ। ନାରୀ ନିର୍ଯାତନା ସହ ବିଧାନସଭା ପରିସରରେ କଂଗ୍ରେସ ବିଧାୟକଙ୍କୁ ଯେଉଁଭଳି ଭାବେ ଅସମ୍ମାନ କରାଯାଇଛି ତାହାକୁ ନେଇ କଂଗ୍ରେସ କର୍ମୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବେ। ଏହି ଘେରାଉ ପାଇଁ ଗତକାଲି ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ସମସ୍ତ ବିଧାୟକ ଓ ନେତୃମଣ୍ଡଳୀ ଏଥିରେ ସାମିଲ ହୋଇଥିଲେ।