ଭୁବନେଶ୍ୱରରୁ ପୁରୀ ପଦଯାତ୍ରା କରିବ କଂଗ୍ରେସ

ଆଜିଠୁ କଂଗ୍ରେସର ସଂକଳ୍ପ ପଦଯାତ୍ରା

ଆଜିଠୁ କଂଗ୍ରେସର ସଂକଳ୍ପ ପଦଯାତ୍ରା । ଭୁବନେଶ୍ୱରରୁ ପୁରୀ ୬୦କିଲୋମିଟର ପଦଯାତ୍ରା କରିବେ କଂଗ୍ରେସ କର୍ମୀ । ଆଜି ଭୁବନେଶ୍ୱରରୁ ପିପିଲି ପଦଯାତ୍ରା, ବୁଧବାର ପିପିଲିରୁ ଚନ୍ଦନପୁର, ଗୁରୁବାର ଚନ୍ଦନପୁରରୁ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରିବେ । ନୂଆ ପିସିସି ସଭାପତି ଭକ୍ତ ଦାସ ପହଞ୍ଚିବା ପରେ ପଦଯାତ୍ରା ଆରମ୍ଭ ହେବ । ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ କଂଗ୍ରେସ କର୍ମୀ ଆସି ରାଜଧାନୀରେ ପହଞ୍ଚିବାରେ ଲାଗିଛନ୍ତି । ପୁରୀ ଅଭିମୁଖେ ୩ ଦିନିଆ ପଦଯାତ୍ରା କରାଯିବ। ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରିବା ପରେ କଂଗ୍ରେସ ପାଇଁ ସଙ୍କଳ୍ପ କରିବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ପିପିଲି ଓ ଚନ୍ଦନପୁର କଲ୍ୟାଣ ମଣ୍ଡପରେ ନୂଆ ସଭାପତିଙ୍କ ରାତ୍ରି ରହଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଜଗା ଦର୍ଶନ ପରେ ହିଁ ସେ ରାଜ୍ୟରେ ରାଜନୈତିକ କାର୍ୟ୍ୟକ୍ରମ କ ଇରିବେ । ତା ପୂର୍ବରୁ ନୂଆ ସଭାପତି କୌଣସି ରାଜନୈତିକ ବକ୍ତବ୍ୟ ଦେବେ ନାହିଁ  । ଦୀର୍ଘ ୮ ମାସ ପରେ ରାଜ୍ୟ କଂଗ୍ରେସ ନିଜ ପତିଆରାର ପ୍ରଦର୍ଶନ କରିବାକୁ ଯାଉଛି  । ଯୁବ, ଛାତ୍ର ମହିଳା ସେବାଦଳ ସମସ୍ତଙ୍କୁ ଯାତ୍ରାରେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ।