ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ରାଜଧାନୀରେ ଗର୍ଜିଛି କଂଗ୍ରେସ । ଲୋକସଭା ଭବନ ଆଡକୁ କଂଗ୍ରେସର ନେତା ଓ କର୍ମୀ ଅଗ୍ରସର ହେବା ବେଳେ ଭୁବନେଶ୍ୱରର ଲୋୟର ପିଏମଜି କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା । କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଲୋୟର ପିଏମଜିରେ ଆଜି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଓଡ଼ିଶା ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ବିଧାୟକ, ନେତା ଓ କର୍ମୀ ବ୍ୟାରିକେଡ ଭାଙ୍ଗି ଆଗକୁ ବଢିଥିଲେ । ପୋଲିସ ପ୍ରଥମେ ପ୍ରଭାରୀଙ୍କୁ ଉଠାଇନେଇଥିଲା । ପିସିସି ସଭାପତି ଦୁଇଟି ବ୍ୟାରିକେଡ ଭାଙ୍ଗି ତୃତୀୟ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରୁଥିବାବେଳେ କଂଗ୍ରେସ କର୍ମୀ -ପୁଲିସ ଧସ୍ତାଧସ୍ତି ହୋଇଥିଲେ । ପାଣି, ଖଣି, ବିଜୁଳି , ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ଆଣି ଲୋକସଭା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲା କଂଗ୍ରେସ ଦଳ । ପ୍ରତି ବ୍ଲକରୁ ଶହ ଶହ କଂଗ୍ରେସ କର୍ମୀ ଏକାଠି ହୋଇଥିଲେ ।