ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି

ଚେୟାର ଫୋପାଡିଲେ କଂଗ୍ରେସ କର୍ମୀ, ଲାଠିଚାର୍ଜ କଲା ପୋଲିସ

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଚେୟାର ଫୋପାଡିଲେ କଂଗ୍ରେସ କର୍ମୀ। ଲାଠିଚାର୍ଜ କଲା ପୋଲିସ। ପୋଲିସ ଉପରକୁ କଂଗ୍ରେସକର୍ମୀଙ୍କୁ ପଥରମାଡ଼ । ଚେୟାର ସହ ବୋତଲ ଫିଙ୍ଗିଲେ କର୍ମୀ । ଲୋୟର ପିଏମଜିରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପାଣିମାଡ଼ କରୁଛି ପୋଲିସ ।  ପୋଲିସ୍‌ଙ୍କ ଉପରକୁ  କର୍ମୀ ଫିଙ୍ଗିଲେ ଢ଼େଲା ଏବଂ ଚେୟାର । କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ  ପିଟିଲା ପୋଲିସ୍‌ । ଲୋୟର ପିଏମ୍‌ଜିରେ ଆନ୍ଦୋଳନକାରୀଙ୍କୁ ଦମନ କରୁଛି ପୋଲିସ୍‌ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଛାଉଣୀ ହୋଇଛି ।

ଧସ୍ତାଧସ୍ତିରେ କିଛି ପୋଲିସକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ପାଣିମାଡ ଓ ଟିୟର ଗ୍ୟାସରେ ଆନ୍ଦୋଳନକାରୀ ଛତ୍ରଭଙ୍ଗ ନଦେଇ ପୋଲିସକୁ ସାମ୍ନା କରିଛି ।