ରଣକ୍ଷେତ୍ର ପାଲଟିଛି ବିଧାନସଭା ମୁଖ୍ୟଗେଟ୍‌

ବିଧାନସଭା ଗେଟ୍ ତାଲା ଭାଙ୍ଗିଲେ କଂଗ୍ରେସ ବିଧାୟକ

ରଣକ୍ଷେତ୍ର ପାଲଟିଛି ବିଧାନସଭା ମୁଖ୍ୟଗେଟ୍‌। ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ ଓ ପୋଲିସ। କଂଗ୍ରେସର ଏହି ହାଇଡ୍ରାମାକୁ ସାଥ ଦେଇଛି ବିଜେଡି।  କଂଗ୍ରେସ ଓ ବିଜେଡି ବିଧାନସଭାରେ ବାହାରେ ପ୍ରତିବାଦ କରିଛନ୍ତି। ଉଭୟ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି। ଏହି ସମୟରେ ପୋଲିସ ସହ ମୁହିଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ବ୍ୟାରିକେଡ ଭାଙ୍ଗି ଦେଇଛନ୍ତି କଂଗ୍ରେସ ଓ ବିଜେଡି। ଆଜି ଗୃହରେ ପ୍ରଶ୍ନକାଳ ଚାଲିଥିବାବେଳେ ବାଚସ୍ପତିଙ୍କ ବିବୃତ୍ତି ଦାବି କରିଥିଲା ବିଜେଡି । ଗତକାଲିର ଘଟଣାକୁ ନେଇ ବିବୃତି ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିବୃତି ଦାବି କରି କକ୍ଷତ୍ୟାଗ କରିଥିଲେ ବିଜେଡି ବିଧାୟକ। ପରେ ବିଧାନସଭା ବାହାରକୁ ଯାଇ କଂଗ୍ରେସର ସାଥ ଦେଇଥିଲା ବିଜେଡି।