ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବି କଂଗ୍ରେସର ପଦଯାତ୍ରା
ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ନ୍ୟାୟ ଯାତ୍ରା। ବଳଙ୍ଗାଠାରୁ ନିମାପଡ଼ା ପର୍ଯ୍ୟନ୍ତ ପଦଯାତ୍ରା କରୁଛି କଂଗ୍ରେସ । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ପଦଯାତ୍ରାରେ ସାମିଲ ହୋଇଛନ୍ତି । ପୀଡିତାଙ୍କ ଗାଁ ବଳଙ୍ଗା ବାୟାବରରୁ ଆରମ୍ଭ ହୋଇଛି ପଦଯାତ୍ରା । ସେପଟେ କଂଗ୍ରେସ ପଦଯାତ୍ରା ପାଇଁ ପୀଡ଼ିତାଙ୍କ ଘର ଓ କବର ଦିଆଯାଇଥିବା ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ସରକାର ନାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ଚାପ୍ ପ୍ରୟୋଗ କରି ସରକାର ଏଭଳି ଘଟଣାକୁ ଚାପି ଦେବାକୁ ବସିଥିବା ସେ ଅଭିଯୋଗ କରିଛନ୍ତି ଭକ୍ତ ଦାସ । ଏହି ପଦଯାତ୍ରାରେ ପିସିସି ସଂଖ୍ୟାଲଘୁ ସଭାପତି ଜିଆ ଉଲ୍ଲୁହକ ଓ ପ୍ରଦେଶ କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ଅମିୟ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।
