ଅନାସ୍ଥା ପ୍ରସ୍ତାବ, ବିଜେଡିର ସହଯୋଗ ଲୋଡ଼ିଲା କଂଗ୍ରେସ

ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ

ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଅନାସ୍ଥା ପ୍ରସ୍ତାବ ଆଣିଲା ରାଜ୍ୟ କଂଗ୍ରେସ। ୧୫ ବିଧାୟକଙ୍କ ଦସ୍ତଖତ ଥିବା ଅନାସ୍ଥା ପ୍ରସ୍ତାବ ଆଣିଲା। ବିଧାନସଭା ସଚିବଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଲା କଂଗ୍ରେସ । ଅନ୍ୟପଟେ ବିରୋଧୀ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନାହିଁ ।କଂଗ୍ରେସ କିନ୍ତୁ ବିରୋଧୀ ଦଳର ସହଯୋଗ ଲୋଡିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାମ୍ବରରେ କଂଗ୍ରେସ ନେତା ପହଞ୍ଚି ସହଯୋଗ ଲୋଡିଛନ୍ତି । ମୋହନ ସରକାର ବିରୋଧରେ ଅନାସ୍ଥା ଆଣିବା ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *