କଂଗ୍ରେସର ଅବସ୍ଥା ପାଇଁ ବିଜେଡି ଦାୟୀ
ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀତ୍ବ ଓ ଦଳର ଆଭିମୁଖ୍ୟକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିରଦୌସ୍ । ସେ କହିଛନ୍ତି, କଂଗ୍ରେସର ଅବସ୍ଥା ପାଇଁ ବିଜେଡି ଦାୟୀ , ଏଥିସହ ଏ ନେଇ ଆମ ସହ କୌଣସି ଆଲୋଚନା କରିନାହାନ୍ତି ଆଗରୁ ମଧ୍ୟ ନୂଆପଡା ଇଲେକ୍ସନ ସମୟରେ ମଧ୍ୟ ସଭାପତି କୌଣସି ଆଲୋଚନା ଆମ ସହ କରିନଥିଲେ । ଏବେ ଯେଉଁ ବିଜୁ ଜନତା ଦଳ ପାଇଁ କଂଗ୍ରେସର ପତନ ଘଟିଛି ସେହି ଦଳ ବର୍ତ୍ତମାନ ବିଜେପି ସହ ମିଶିଛନ୍ତି । ଏବେ ବି ସରକାରଙ୍କୁ ବିନା ପ୍ରଶ୍ନରେ ସମର୍ଥନ ଦିଏ ବିଜେଡି । କଂଗ୍ରେସ କୁ ଶେଷ କରିବା ପାଇଁ ବିଜୁ ଜନତା ଦଳ ଷଡଯନ୍ତ୍ର ରଚିଥାଏ ।
