ଦିଲ୍ଲୀ ଗଲେ ପିସିସି ସଭାପତି

୧୫ ସୁଦ୍ଧା ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ଟିକେଟ

କଂଗ୍ରେସର ଟିକେଟ କସରତ । ୧୫ ସୁଦ୍ଧା ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ଟିକେଟ । ଏଥିପାଇଁ ପସିସି ସଭାପତି ଶରତ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଶନିବାର ସ୍କ୍ରିନିଂ କମିଟି ବୈଠକ ଓ ରବିବାର ସିଇସି ବୈଠକ ଥିବାବେଳେ ବୈଠକରେ ଚୂଡାନ୍ତ ପରେ ଏକାଧିକ ପ୍ରାର୍ଥୀ ତାଲିକା ଆସିପାରେ । ଏହା ସହ ଶରତ ପଟ୍ଟନାୟକ କହିଛନ୍ତି ସବୁ ସ୍ଥାନରେ କଂଗ୍ରେସ ଟକ୍କର ଦେଲାଭଳି ପ୍ରାର୍ଥୀ ଦେଉଛି । ଯାହା ଦ୍ୱାରା ଦଳକୁ ଫାଇଦା ମିଳିବ । ଓଡ଼ିଶାବାସୀ ପରିବର୍ତନ ଚାହୁଛନ୍ତି । ଏଥର ୯ରୁ ୯୦ ମିଶନ ସଫଳ ହେବ ବୋଲି ସେ କହିଛନ୍ତି ।