କଲି ନୁହେଁ ଫେବୃଆରୀ ୧ରୁ ବସ୍ ଯାତ୍ରା କରିବ କଂଗ୍ରେସ

ଫେବୃଆରୀ ୧ରୁ କଂଗ୍ରେସର ବସ୍ ଯାତ୍ରା

ଫେବୃଆରୀ ୧ରୁ କଂଗ୍ରେସର ବସ୍ ଯାତ୍ରା । ସମସ୍ତ ବରିଷ୍ଠ ନେତାଙ୍କୁ ବସରେ ନେଇ ସାରା ଓଡ଼ିଶା ବୁଲିବାର ରହିଛି କାର୍ଯ୍ୟକ୍ରମ। କାଲିଠୁ ବସ ଯାତ୍ରା ଆରମ୍ଭ କରିବାର ଥିଲା । ଏହି ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତାକାଲି ପରିବର୍ତ୍ତେ ଫେବୃଆରୀ ୧ତାରିଖରୁ ବସ୍ ଯାତ୍ରା ଆରମ୍ଭ କରିବାକୁ ଦଳ ପକ୍ଷରୁ ନିଷ୍ପତି ହୋଇଛି । ଫେବୃଆରୀ ୧ ତାରିଖ ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ ହେବ ଏହି ବସ୍ ଯାତ୍ରା । ଏଥିରେ ରାଜ୍ୟ କଂଗ୍ରେସର ସମସ୍ତ ବରିଷ୍ଠ ନେତାଙ୍କୁ ବସରେ ନେଇ ସାରା ଓଡ଼ିଶା ବୁଲିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ନେତା ମାନେ କଂଗ୍ରେସ ଦଳର ମହାନଥା କଥା ଲୋକଙ୍କ ପାଖରେ ପହଁଚାଇବେ । ଦେଶ ସ୍ୱାଧିନ ହେବା ପଛରେ ପ୍ରମୁଖ ଭୂମିକା ତୁଲାଇଥିଲା କଂଗ୍ରେସ । ରାଜ୍ୟର ଉନ୍ନତି ପାଇଁ ଦଳ ଅନେକ କାମ କରିଛି । ଏବେ ପୁଣିଥରେ ଓଡିଶାର ଦଳ କ୍ଷମତାକୁ ଫେରିବ ବୋଲି ଆଶାବାଦୀ ଅଛନ୍ତି କଂଗ୍ରେସ ନେତା।