ଆସିଲା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା

୪ ଆସନରେ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଆସିଲା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା । ତୃତୀୟ ପର୍ୟ୍ୟାୟରେ ଓଡ଼ିଶା ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ତୃତୀୟ ପର୍ୟ୍ୟାୟରେ ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ମାହାଙ୍ଗାରୁ ଲଢିବେ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ଲଢିବେ ମନୋଜ ରଥ, ଭୁବନେଶ୍ବର ମଧ୍ୟରୁ ଲଢିବେ ପ୍ରକାଶ ଜେନା, ଭୁବନେଶ୍ବର ଉତ୍ତରରୁ ଲଢିବେ ଅଶୋକ ଦାସ । ମୋଟ ୧୨୭ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛି କଂଗ୍ରେସ । ଆଉ ୨୦ ସିଟରେ ପ୍ରାର୍ଥୀ ଘୋଷଣା ବାକି ରହିଲା ।