ଶୃଙ୍ଖଳିତ ଗୃହକାର୍ଯ୍ୟ ନେଇ ବିରୋଧୀଙ୍କ ସହଯୋଗ ଲୋଡିଲେ ବାଚସ୍ପତି

ସର୍ବଦଳୀୟ ବୈଠକ, ଯୋଗ ଦେଲେନି କଂଗ୍ରେସ, ସିପିଏମ

ବିଧାନସଭାର ବଜେଟ ଅଧିବେଶନକୁ ନେଇ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଯୋଗଦେଇନି କଂଗ୍ରେସ। ଏପର୍ୟ୍ୟନ୍ତ କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା ହୋଇ ନଥିବା ବେଳେ ଦଳ ପକ୍ଷରୁ ସର୍ବଦଳୀୟ ବୈଠକରେ କେହି ଯୋଗ ଦେଇନଥିବା ଦେଖିବାକୁ ମିଳିଛି। ଏନେଇ ଫୋନ ଜରିଆରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ କଥା ହୋଇଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେହିପରି ବାମପନ୍ଥୀ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଏହି ବୈଠକରେ ସାମିଲ ହୋଇନଥିଲେ।

Leave a Reply

Your email address will not be published. Required fields are marked *