ଫେଲ୍ ମାରିଲା ଏକଜିଟ୍ ପୋଲ୍

ଜାଣିଶୁଣି ହରିୟାଣା ଫଳାଫଳକୁ ସମ୍ପୂର୍ଣ୍ଣ ପ୍ରକାଶ କରୁନି ECI: କଂଗ୍ରେସ

ଫେଲ୍ ମାରିଲା ଏକଜିଟ୍ ପୋଲ୍। ଦୁଇ ରାଜ୍ୟରେ ବଦଳିଗଲା ଏକଜିଟ୍ ପୋଲ୍ ରିପୋର୍ଟ। ଯାହା ଦେଖାଇଥିଲା ଏକଜିଟ୍ ପୋଲ୍ ବିଲକୁଲ୍ ଏହାର ଓଲଟା ରେଜଲ୍ଟ ହୋଇଛି। ହରିୟାଣାରେ ବିଜେପି ଆଗରେ, କଂଗ୍ରେସ ପଛରେ ପଡ଼ିଛି। ମୋଟ୍ ୯୦ ବିଧାନସଭା ଆସନରୁ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ୪୬କୁ ଛୁଇଁଛି ବିଜେପି। ସର୍ପାଇଜ୍ ଏଣ୍ଟ୍ରି ମାରିଛି ଭାରତୀୟ ଜନତା ଦଳ। ସବୁ ଏକଜିଟ୍ ପୋଲରେ ପଛରେ ଥିବା ବିଜେପି ଏକଜାଟ୍ ପୋଲ୍‌ରେ ଆଗରେ ରହିଛି। ଏହି ଘଟଣାକୁ ନେଇ ଏବେ ରାଜନୀତି ବି ତେଜିଛି। କଂଗ୍ରେସ ନିର୍ବାଚନ କମିଶନକୁ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଜାଣିଶୁଣି ହରିୟାଣା ଫଳାଫଳକୁ ସମ୍ପୂର୍ଣ୍ଣ ପ୍ରକାଶ କରୁନି ଇସିଆଇ । ଫଳରେ ଜିଲ୍ଲା ପ୍ରଶାସନ ଉପରେ ଚାପ ପକାଇବାକୁ ଚେଷ୍ଟା ହେଉଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ। ତେବେ ସବୁଠୁ ବଡ଼ ରୋଚକ କଥା ହରିୟାଣାରେ ବହୁମତ ଉପରେ ବିଜେପିର ସଂଖ୍ୟା ଆସିବା ପରେ ସେଲିବ୍ରେସନ ବନ୍ଦ କରିଦେଲା କଂଗ୍ରେସ । ସେପଟେ ଭୋଜି ଭାତ ଆୟୋଜନ ନେଇ ବିଜେପି ପକ୍ଷରୁ ଚାଲିଛି ଆୟୋଜନ । ପ୍ରାଥମିକ ଟ୍ରେଣ୍ଡରେ କଂଗ୍ରେସର ଭଲ ପ୍ରଦର୍ଶନ ଦେଖି ମିଠା ବାଣ୍ଟିବା ସହ ବାଣ ଫୁଟାଇ ନାଚଗୀତ କରିଥିଲେ କଂଗ୍ରେସ କର୍ମୀ । ତେବେ ପରେ ତାହା ବନ୍ଦ ହୋଇଯାଇଛି।

Leave a Reply

Your email address will not be published. Required fields are marked *