ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟଣାରେ ମହିଳା କମିଶନଙ୍କ ଉଦବେଗ

‘ ତନ୍ନତନ୍ନ ତଦନ୍ତ କରି ୧୫ଦିନରେ ରିପୋର୍ଟ ଦିଅ ‘

ଶୁଭଲକ୍ଷ୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଏବେବି ଲାଗି ରହିଛି ଅନେକ ପ୍ରଶ୍ନବାଚୀ। ପ୍ରତ୍ଯେକ ଦିନ ଘଟଣାର ନୂଆ ନୂଆ ମୋଡ଼ ଦେଖିବାକୁ ମିଳୁଛି । ସେପଟେ ଘଟଣାର ରହସ୍ୟ ଉପରୁ ପରଦା ହଟୁ ନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ମହିଳା କମିଶନ। ଘଟଣାର ସଠିକ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ପରିବାରର କହିବା ଅନୁଯାୟୀ ଶୁଭଲକ୍ଷ୍ମୀ ପ୍ରାୟ ସମୟ ମାନସିକ ଅବସାଦରେ ରହୁଥିଲେ । ଅବସାଦର କାରଣ କେବେ ଘରକୁ ଜନାନ୍ତି ନାହିଁ।

ତେବେ ମୋଟାମୋଟି ଭାବେ ଝିଅ ଆତ୍ମହତ୍ୟା ନୁହେଁ ବରଂ ତାକୁ ମାରି ଦିଆ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସେପଟେ ଏହି ଘଟଣାକୁ ତନ୍ନତନ୍ନ କରି ତଦନ୍ତ କରିବାକୁ ମହିଳା କମିଶନ ନିଜ ଆଡୁ ନିର୍ଦ୍ଦେଶ ଦେଇଥିବା ବେଳେ କିପରି ୧୫ ଦିନ ମଧ୍ୟରେ ଏହାର ରହସ୍ୟ ଉପରୁ ପରଦା ହଟିବ ସେନେଇ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଳିଛି । ସେପଟେ ଘଟଣା ମଧ୍ୟକୁ ଟାଣି ହୋଇ ଆସିଥିବା ପୁରୁଷ ବନ୍ଧୁ , ସମ୍ପର୍କୀୟ ତଥା ଘଟଣାର ମୁଖ୍ୟ କେନ୍ଦ୍ରବିନ୍ଦୁ ସାଜିଥିବା ଅଙ୍କଲ ଏବେ ବି ପୋଲିସର ନଜରରେ । ଦେଖିବାକୁ ବାକି ରହିଲା ଏହି ଘଟଣା ଉପରୁ କେବେ ହଟୁଛି ସସପେନ୍ସ ।