ତିରୁପତି ଲଡୁ ବିବାଦ: ଜଗନମୋହନ ରେଡ୍ଡୀଙ୍କ ନାଁରେ ମାମଲା
ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ପ୍ରସିଦ୍ଧ ତିରୁପତି ‘ଲଡୁ ପ୍ରସାଦମ୍’ରେ ବ୍ୟବହୃତ ଘିଅରେ ଅମିଶ୍ରିତ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ଚାରିଆଡୁ ବିରୋଧ କରାଯାଇଛି। ଏହି ପ୍ରସଙ୍ଗରେ ଏବେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ହାଇଦ୍ରାବାଦରେ ମାମଲା ରୁଜୁ ହୋଇଛି। ଓ୍ୱାଇ ଏସ୍ ଜଗନମୋହନ ରେଡ୍ଡୀ ମନ୍ଦିରକୁ ଅପମାନିତ କରିବା ଏବଂ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇିଛି। ଆଡଭୋକେଟ୍ କେ. କରୁଣା ସାଗର ପରୀକ୍ଷା ହୋଇଥିବା ଲ୍ୟାବ୍ ରିପୋର୍ଟକୁ ଦର୍ଶାଇ ସୟଦାବାଦ ପୁଲିସ ଷ୍ଟେସନରେ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।