ରଥଯାତ୍ରା ପୂର୍ବରୁ ଗଣତି ମଣତି ସାରିବାକୁ କମିଟି ନିଷ୍ପତ୍ତି: ପୃଥ୍ବୀରାଜ ହରିଚନ୍ଦନ
SoP ଆସିଲା ପରେ ହିଁ ରତ୍ନଭଣ୍ଡାର ଗଣତି ମଣତି ଆରମ୍ଭ ହୋଇପାରିବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି, SoP ଫାଇନାଲ ଷ୍ଟେଜରେ ଅଛି । ଶନିବାର ହାଇଲେଭଲ କମିଟିରେ ଏନେଇ ଆଲୋଚନା ହେଇଛି । କମିଟି ଏକ ପୂର୍ଣ୍ଣାଙ୍ଗ SoP ସରକାରଙ୍କ ନିକଟକୁ ପଠାଇବେ । SoP ଆସିଲେ ସରକାର ଏହାକୁ ଅନୁମତି ଦେବେ । ଏହାପରେ ଗଣତିମଣତି ପାଇଁ ରାସ୍ତା ଖୋଲିବ ।ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ଯାହା ଆବଶ୍ୟକତା ଅଛି ତାହା ଶେଷ କରି ଗଣତିମଣତି ଆରମ୍ଭ କରାଯିବ । ରଥଯାତ୍ରା ପୂର୍ବରୁ ଗଣତିମଣତି ସାରିବାକୁ ହାଇଲେଭଲ କମିଟି ମଧ୍ୟ ଏହା ଶନିବାର କହିସାରିଛନ୍ତି । ନୀତିକାନ୍ତିରେ ଯେପରି ବାଧାବିଘ୍ନ ନଆସେ, କିପରି ସବୁ କାର୍ଯ୍ୟ ହୋଇପାରିବ ସେନେଇ ସବୁ ଚେଷ୍ଟା କରାଯାଉଛି । ଦର୍ଶନ ଏବଂ ନୀତିକାନ୍ତିକୁ ଧ୍ୟାନରେ ରଖି ଗଣତିମଣତି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।ସେପଟେ, ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କିଭଳି କରାଯିବ ସେନେଇ ଏକ ଏସଓପି ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ଆଗାମୀ ରଥଯାତ୍ରା ପୂର୍ବରୁ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।
