ବଢିଲା କମର୍ସିଆଲ ଏଲପିଜି ଗ୍ୟାସ ଦର
ଦେଶରେ ବଢିଲା କମର୍ସିଆଲ ଏଲପିଜି ଗ୍ୟାସ ଦର। ୧୯ କେଜି ସିଲିଣ୍ଡର ଦରରେ ୧୬ ଟଙ୍କା ୫୦ ପଇସା ବୃଦ୍ଧି। ତୈଳ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡର ଦାମରେ ବୃଦ୍ଧି କରିଛନ୍ତି । ବିଭିନ୍ନ ସହରରେ କମ୍ପାନୀ ଗୁଡିକ ସଂଶୋଧିତ ଦାମ ଜାରି କରିସାରିଛନ୍ତି । ଫଳରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ ୧୮ ଟଙ୍କା ବୃଦ୍ଧି ପାଇଛି । ଏହା ପୂର୍ବରୁ ନଭେମ୍ବର ପହିଲାରୁ ବି ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ପାଇଥିଲା । ହେଲେ ୧୪ କେଜି ଘରୋଇ ଗ୍ୟାସ ସିଲିଣ୍ଡରର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏଲପିଜି ସିଲିଣ୍ଡରରେ ଡିସେମ୍ବର ୧ରେ ହୋଇଥିବା ପରିବର୍ତ୍ତନ ଅନୁସାରେ ଦିଲ୍ଲୀରୁ ନେଇ ମୁମ୍ବାଇ, କୋଲକାତାରୁ ଚେନ୍ନାଇ ଯାଏଁ ୧୦ କିଲୋ ସିଲିଣ୍ଡରର ଦାମରେ ପରିବର୍ତ୍ତନ ହୋଇଛି । ୧ ଡିସେମ୍ବରରେ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କେଜି ଏଲପିଜି ସିଲିଣ୍ଡରର ଦାମ ୧ ହଜାର ୮୧୮ ଟଙ୍କା ୫୦ ପଇସା ହୋଇଛି । ଏହା ପୂର୍ବରୁ ୧୮୦୨ ଟଙ୍କାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମିଳୁଥିଲା ।