କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ରେଟ୍

ଜଳଖିଆ ଦୋକାନୀ ଓ ହୋଟେଲ ମାଲିକଙ୍କୁ ସାମାନ୍ୟ ଆଶ୍ୱସ୍ତ

() କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୮ ଟଙ୍କା ହ୍ରାସ ପାଇଛି । ଆଜିଠୁ ନୂଆ ଦର ଲାଗୁ ହେବ । ନୂଆ ଦର ଲାଗୁ ହେବା ପରେ ନୂଆଦିଲ୍ଲୀରେ ୧୯ କେଜିଆ  କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୨୨.୫୦ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ୧୬୮୦ ଟଙ୍କା ଥିଲ। ସେହିପରି କୋଲକତାରେ ନୂଆ ଦର ଲାଗୁ ହେବା ପରେ  କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୮୦୨.୫୦ ଟଙ୍କାରୁ କମି ୧୬୩୬ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ଏହି ଦର ପୂର୍ବରୁ ୧୬୪୦.୫୦ ଟଙ୍କା ଥିବା ବେଳେ ଏବେ ତାହା ୧୪୮୨ ଟଙ୍କାରେ ପହଞ୍ଚିଛି । ଗତ ମାସରେ କମର୍ସିଆଲ ଗ୍ୟାସ ଦାମ ଶହେ ଟଙ୍କା କମିଥିଲା। ଏବେ ପୁଣି ଥରେ ଏହି ସିଲିଣ୍ଡର ଦାମ କମିଥିବାରୁ ମୁଖ୍ୟତଃ ଜଳଖିଆ ଦୋକାନୀ ଓ ହୋଟେଲ ମାଲିକ ଆଶ୍ୱସ୍ତ ହୋଇଛନ୍ତି । ଗତ ଦୁଇ ଦିନ ପୂର୍ବେ ଘରୋଇ ଏଲପିଜି ସିଲିଣ୍ଡର ଦାମ ଖସିଥିଲା ।