କଲେଜ ଇଲେକ୍ସନ୍ ନେଇ ସରକାର ଚିନ୍ତା କରୁଛନ୍ତି: ସୂର୍ଯ୍ୟବଂଶୀ ସୂରଜ

ଏ ବର୍ଷ ହେବ କଲେଜ ଇଲେକ୍ସନ୍!

ଏବର୍ଷ ହୋଇପାରେ କଲେଜ ଇଲେକ୍ସନ୍। ଏନେଇ ସରକାର ଚିନ୍ତା କରୁଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଉଚ୍ଚ ଶିକ୍ଷାମନ୍ତ୍ରୀ କହିଛନ୍ତି, ସରକାର ଚିନ୍ତା କରୁଛନ୍ତି କଲେଜ ଇଲେକ୍ସନ୍ କରିବା ପାଇଁ। କଲେଜ ଇଲେକ୍ସନ୍ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ । କଲେଜ ଇଲେକ୍ସନରେ ଯେପରି ପାଠ୍ୟକ୍ରମ ପ୍ରଭାବିତ ହେବ ନାହିଁ, ସେ ବିଷୟରେ ଧ୍ୟାନ ଦେବାକୁ ପଡ଼ିବ। ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ କହିସାରିଛନ୍ତି । କଲେଜ ଇଲେକ୍ସନ୍ ପାଇଁ ଆମର ବି ଆଗ୍ରହ ଅଛି ।