୧୫ଡିଗ୍ରୀ ତଳେ ରହିଛି ୯ ସହରର ପାରଦ
ରାଜ୍ୟରେ ଶୀତର ଲହରୀ । ୧୫ଡିଗ୍ରୀ ତଳେ ରହିଛି ୯ ସହରର ପାରଦ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବଢୁଛି । ମୟୂରଭଞ୍ଜରେ ୬ ଡିଗ୍ରୀକୁ ଖସିଲା ତାପମାତ୍ରା । ଓଡ଼ିଶାର କାଶ୍ମିର ତଥା ଦାରିଙ୍ଗବାଡ଼ିରେ ତାପମାତ୍ରା ୧୧ ଡିଗ୍ରୀ ଖସିଥିବା ବେଳେ ଝାରସୁଗୁଡ଼ା, ଫୁଲବାଣୀ, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ,ଭଦ୍ରକ, କଳାହାଣ୍ଡି ପରି ସହରରେ ପାରଦ ୧୫ଡିଗ୍ରୀ ତଳକୁ ଖସିଛି ।ଆସନ୍ତା ୨ରୁ ୩ଦିନରେ ପାରଦ ଆହୁରି ଖସିବା ସହ ଥଣ୍ଡା ବଢିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସକାଳୁ ସକାଳୁ ପାଗ ହାଲୁକା କୁହୁଡ଼ିଆ ରହିଥିବା ବେଳେ ସ୍ଥାନେ ସ୍ଥାନେ ଲୋକେ ମର୍ଣ୍ଣିୱାର୍କ କରୁଛନ୍ତି। ଚା ଖଟିରେ ବୟସ୍କଙ୍କ ଖଟି ଜମୁଛି । ଆଜି ଦିନରେ ଆକାଶ ସଫା ନିର୍ମଳ ରହିବା ସହ ତାପମାତ୍ରା ୩୧ ଡିଗ୍ରୀ ମଧ୍ୟରେ ରହିବ ।
