ମାଲଗୋଦାମରେ ଚଢାଉ କଲା ସିଏମସି ଏନଫୋର୍ସମେଣ୍ଟ ଟିମ

୫ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ !

ପୁଣି ମାଲଗୋଦାମରେ ଅପମିଶ୍ରିତ ସାମଗ୍ରୀ ଜବତ । କଟକ ମାଲଗୋଦାମରେ CMC ଏନଫୋର୍ସମେଣ୍ଟ ଟିମ ଖବର ପାଇ ଚଢ଼ାଉ କରିଥିବା ଦେଖିବାକୁ ମିଳିଛି ।ବିଶେଷ କରି ନକଲି ଓ ଅପମିଶ୍ରିତ ହଳଦୀ, ଲଙ୍କାଗୁଣ୍ଡ ମାନ ଜବତ ହୋଇଛି । କଟକ ମାଲଗୋଦାମର ଗୁଡ୍‌ସ ଶେଡ୍‌ରେ ଏହି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ କରିଛି।

ବିଭିନ୍ନ ସମୟରେ ଏହି ମାଲଗୋଦାମରୁ ଅପମିଶ୍ରିତ ଖାଦ୍ଯଦ୍ରବ୍ୟ ଜବତ ହେଉଥିବା ବେଳେ ଆଜି ପୁଣି ୫ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ ହୋଇଛି । ତେବେ ବି ପାଣ୍ଡବ ନାମକ ଜଣେ ବ୍ୟକ୍ତି ଚଳାଇଥିଲେ ଏହି କାରବାର। ବି ପାଣ୍ଡବଙ୍କୁ ଗୋଦାମକୁ ସିଲ୍ କରି ଦେଇଛି ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ୍ ଟିମ୍। ତାଙ୍କର ଓଜନ କଣ୍ଟା ସହିତ ଅନ୍ୟାନ୍ୟ ଜିନିଷପତ୍ରକୁ ମଧ୍ୟ ଜବତ କରାଯାଇଛି। ପାଣ୍ଡବଙ୍କ ନାଁରେ ସିଏମ୍‌ସି ପକ୍ଷରୁ ଏତଲା ଦିଆଯିବ ବୋଲି କୁହାଯାଇଛି। ଯାହାକୁ ନେଇ ସ୍ଥାନୀୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।