ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

ଝାଡ଼ାବାନ୍ତି ଆତଙ୍କ, ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲାରେ ଝାଡାବାନ୍ତି ଆତଙ୍କ । ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ କରିବେ ଆଲୋଚନା । ଝାଡାବାନ୍ତି କିଭଳି ବ୍ୟାପିଲା । ତାର ରିଭ୍ୟୁ କରିବେ । ବର୍ତମାନ ସୁଦ୍ଧା ୩ଶହରୁ ୪ଶହ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ରାଉରକେଲା ମୁନିସପାଲ କର୍ପୋରେସନ୍ କମିଶନର କହିଛନ୍ତି । ବିଭିନ୍ନ ମେଡିକାଲରେ ଏବେବି ୨୮୭ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଅଭିଯୋଗ ଅନୁସାରେ ଯେଉଁ ଯେଉଁ ସ୍ଥାନରେ ପାଣି ପାଇପ୍ ଫାଟିଥିଲା, ସେଠାରେ ମରାମତି ଚାଲିଛି । ଏନେଇ ଆଜି ସକାଳେ ୱାଟ୍କୋ ସହିତ ଆମର ଆଲୋଚନା ହୋଇଥିଲା । ବର୍ତମାନ ସୁଦ୍ଧା ୩୫ଟି ଲିକେଜକୁ ମରାମତି କରାଯାଇଛି । ଆଉ ୧୧ଟି ଲିକେଜର ମରାମତି ଚାଲିଥିବା କହିଛନ୍ତି ।