କଣ୍ଟାବାଞ୍ଜିରୁ ନବୀନଙ୍କ ନାମାଙ୍କନ
କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋଭାଯାତ୍ରାରେ ଯାଇ ନବୀନ ଆଜି ନାମାଙ୍କନ ଭରିଛନ୍ତି। ଟିଟିଲାଗଡ଼ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବା ପରେ ସେଠାରୁ ଏକ ଶୋଭାଯାତ୍ରାରେ ଯାଇଥିଲେ। ଏହାପରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଭି.କେ. ପାଣ୍ଡିଆନ, ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ, ବିଜେଡିର ବରିଷ୍ଠ ନେତା ଏୟୁ ସିଂହଦେଓ ସମେତ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ ପରେ ସେଠାରୁ ସେ ହେଲିକପ୍ଟର ଯୋଗେ ସିଧାସଳଖ ଭୁବନେଶ୍ୱର ଫେରିଛନ୍ତି।
