ବଲାଙ୍ଗିରକୁ ୮୦୦ କୋଟିର ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ
ବଲାଙ୍ଗିର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଲାଙ୍ଗିର ସହିତ ପାଟଣାଗଡ ଉପଖଣ୍ଡରେ ମଧ୍ୟ କାର୍ଯ୍ୟକ୍ରମ ଥିବାବେଳେ ବେଲପଡା ଲାନ୍ଥ ପ୍ରକଳ୍ପର ଭୁମିପୁଜନ କରିବେ । ଏହା ପରେ ସଡକ ପଥରେ ପାଟଣାଗଡ ଆସି ପାଟଣାଗଡ ନବ ନିର୍ମିତ ଉପଖଣ୍ଡ ଚିକିତ୍ସାଲୟ ଓ ଡାଇଲୋସିସ ସେଣ୍ଟର ଉଦ୍ଘାଟନ କରିବେ ,ଏବଂ ପାଟଣାଗଡ ବାସୀଙ୍କ ବହୁ ପ୍ରତିକ୍ଷିତ ବାଇପାସ ରୋଡର ଭୁମୀ ପୁଜନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏଣୁ ପାଟଣାଗଡ ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି ଜୋରଦାର ଜାରିରଖିଥିବା ବେଳେ ବେଲପଡା ଠାରେ ଅସ୍ଥାୟୀ ହେଲିପେଡ ସହିତ ସଭାସ୍ଥଳ ଓ ପାଟଣାଗଡ ନବ ନିର୍ମୀତ ଉପଖଣ୍ଡ ଚିକିତ୍ସାଲୟ ଠାରେ ସଭାସ୍ଥଳ ଓ ରମାଇ ହାଇସ୍କୁଲ ପଡିଆରେ ଅସ୍ଥାୟୀ ହେଲିପେଡ କରାଯାଇଛି । ସାରା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୫୦ଟି ପ୍ରକଳ୍ପ ପାଇଁ ଆନୁମାନିକ ୮୦୦ କୋଟିର ଉଦଘାଟନ ଓ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।