ଆଜି ଚାଷୀଙ୍କୁ ମିଳିବ ଇନପୁଟ ସବସିଡି

ଚାଷୀଙ୍କୁ ମିଳିବ ୮୦୦ଟଙ୍କାର ଇନପୁଟ୍ ସହାୟତା

ଆଜି ଚାଷୀଙ୍କୁ ମିଳିବ ଇନପୁଟ ସବସିଡି। ଧାନର କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ମିଳିବ ୮୦୦ ଟଙ୍କାର ଇନପୁଟ ସହାୟତା। ବରଗଡ଼ ସୋହେଲାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୮ଶହ ଟଙ୍କାର ଇନପୁଟ୍ ସହାୟତା ବଣ୍ଟନ କରିବେ। ୨୪ ନିର୍ବାଚନୀ ସଭାରେ ଧାନ MSP ୩୧ ଶହ ଟଙ୍କା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ଷମତାକୁ ଆସିବା ପରେ ବିଜେପି ସରକାର ମଧ୍ୟ ୨୩ ସହ MSP ସହ ୮ ଶହ ଟଙ୍କା ଇନପୁଟ ସହାୟତା ଘୋଷଣା କରିଥିଲେ। ଏବେ ଧାନ ବିକ୍ରି ପରେ ୨୩ଶହ ଟଙ୍କା MSP ଚାଷୀ ପାଉଥିବାବେଳେ ଆଜିଠୁ ଚାଷୀ ଇନପୁଟ୍ ସହାୟତା ବାବଦକୁ ପାଇବେ ୮ ଶହ ଟଙ୍କା। ଧାନ କିଣା ଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏହି ଟଙ୍କା। ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୁରଭଞ୍ଜ, କନ୍ଧମାଳ, ଜଗତସିଂହପୁର, ଭଦ୍ରକ ଜିଲ୍ଲାରେ ବି ଆଜିସମାବେଶ କରି ବଣ୍ଟା ହେବ ଇନପୁଟ ସହାୟତା ।

Leave a Reply

Your email address will not be published. Required fields are marked *