ବିଜେଡିକୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର ସଭାରେ ବିଜେଡିକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ, ମମିତା ମେହେରା ଓ ପରୀ ମାମଲାରେ ନ୍ୟାୟ ଦିଆଗଲାନି, ପାପଭାର ବଢ଼ିବା ପରେ ଅହଂକାରର ପତନ ହେଲା । ପାଞ୍ଚ ପାଞ୍ଚ ଥରର ବିଜେଡିକୁ ଲୋକେ ସୁଯୋଗ ଦେଇଥିଲେ, କିନ୍ତୁ ତଳ ଆଡୁ ପ୍ରଥମ ହେଉଥିଲା ଓଡ଼ିଶା, ମୁଖ୍ୟମନ୍ତ୍ରୀ ଏକ ନଂ ହେଉଥିଲେ କିନ୍ତୁ ରାଜ୍ୟ କାହିଁକି ପଛୁଆ ହେଉଥିଲା? ଏମିତି କି ରାଜ୍ୟରେ ବିଚିତ୍ର ଶାସନ ଚାଲୁଥିଲା ଭଳି ଦୃଶ୍ୟମାନ ହେଉଥିଲା ବୋଲି ମୋହନ ସମାଲୋଚନା କରିଛନ୍ତି ।