‘ବାତ୍ୟା ମୁକାବିଲାରେ ଆମେ ସଫଳ ହୋଇଛୁ’
ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ସଫଲ ହୋଇଛି। ବାତ୍ୟା ପରର ସ୍ଥିତି ସମୀକ୍ଷା କଲେରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାତ୍ୟା ମୁକାବିଲାରେ ଆମେ ସଫଳ ହୋଇଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଦିନ ୧ଟା ସୁଦ୍ଧା ଗଛ ପଡିଥିବା ସମସ୍ତ ରାସ୍ତାରୁ ଅବରୋଧ ହଟିବ ଏବଂ ସଂଧ୍ୟା ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ଯୋଗାଣ ସ୍ବାଭାବିକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ୬ ହଜାର ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୬୦୦ ଶିଶୁ ଜନ୍ମ ନେଇଛନ୍ତି ବୋଲି ମୁଖମନ୍ତ୍ରୀ ସୂଚନା ଦେଇଛନ୍ତି। ବତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଗ୍ରାଉଣ୍ଡରେ ସ୍ଥିତି ତଦାରଖ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ଦାନା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିଲା।
