ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ର କ୍ୟାବିନେଟରେ ଓଡ଼ିଶା ପାଇଁ ୬ ରେଳପ୍ରକଳ୍ପ ପାରିତ

ଓଡ଼ିଶାର ବିକାଶ ତଥା ଆର୍ଥିକ ଉନ୍ନତି ପାଇଁ ରେଳର ବିକାଶ କରିବାକୁ କେନ୍ଦ୍ର ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶାରେ ୬ଟି ପ୍ରକଳ୍ପ ଆରମ୍ଭ କରିବାକୁ ମଂଜୁରୀ ଦେଇଛି କେନ୍ଦ୍ର । ସେଥିପାଇଁ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡିଶାର ସଂଯୋଗ ଓ ଉତ୍ତର ଓଡ଼ିଶାରେ କେନ୍ଦୁଝର ମୟୂରଭଞ୍ଜ ସହ ଝାଡଖଣ୍ଡକୁ ସଂଯୋଗ କରିବାକୁ ନିଆଯାଇଛି ବଡ ପଦକ୍ଷେପ । ଏହା ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବ । ବିଶେଷ କରି କଳାହାଣ୍ଡି, ନବରଙ୍ଗପୁର, ମାଲକାନିଗରି, ରାୟଗଡା, କରୋପୁଟ କେନ୍ଦୁଝର ଏବଂ ମୟୂରଭଞ୍ଜର ଆର୍ଥିକ କ୍ଷେତ୍ରରେ ବିକାଶରେ ଏହା ଅତ୍ୟନ୍ତ ସହାୟକ ହେବ । ଲୋକେମାନେ ଏଥିରେ ଉପକୃତ ହେବେ । ଓଡ଼ିଶାରେ ୬ଟି ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୫ ହଜାର ୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଫଳରେ ଓଡ଼ିଶାକୁ କେନ୍ଦ୍ର ପ୍ରାଧାନ୍ୟ ଦେଇଛନ୍ତି, ଏଥିରେ ପୂର୍ବୋଦୟରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ପାଇଛି ବୋଲି ପ୍ରମାଣିତ ହୋଇଛି । ପ୍ରଧାନମନ୍ତ୍ରୀ ଯେଉଁ ପୂର୍ବୋଦୟ କଥା କହିଥିଲେ ତାହା ଆଜି ଫଳପ୍ରଦ ହୋଇଛିବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave a Reply

Your email address will not be published. Required fields are marked *