କାଳିଆ ବଦଳରେ ସିଏମ୍ କିଷାନ୍

୩ଟି କିସ୍ତିରେ ସିଏମ୍ କିଷାନରେ ମିଳିବ ୧୨,୫୦୦ ଟଙ୍କା

ରାଜ୍ୟରେ କାଳିଆ ବଦଳରେ ମିଳିବ ସିଏମ୍ କିଷାନ୍। ନୂଆଖାଇ ଏବଂ ଅକ୍ଷୟ ତୃତୀୟାରେ ମିଳିବ ସିଏମ କିଷାନ ଟଙ୍କା। ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓ ଏ ନେଇ ସୂଚନା ଦେଇଛନ୍ତି। ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା। ଏହି ଯୋଜନାରେ ଥିବା ୪୫ ଲକ୍ଷ ୭୬ ହଜାର ୫୨୪ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ ହଜାର ୧୨୨ ଭୂମିହୀନ ଚାଷୀ ପାଇବେ ଏହି ଟଙ୍କା। ଏହା ସହ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨ ହଜାର ୫ ଶହ ଟଙ୍କା। ନୂଆ ସାମିଲ ହେବା ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରିହେବ। ଯୋଗ୍ୟତା ଥାଇ ପିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ିଥିବା ଚାଷୀଙ୍କୁ ସିଏମ୍ କିଷାନରେ ସାମିଲ କରାଯିବାର ବ୍ୟବସ୍ଥା ରହିଛି।