ରାଜ୍ୟ ସରକାରଙ୍କ ୧୮ଟି ଉପଲବ୍ଧି ସଂପର୍କରେ ବଖାଣିଲେ ମୁଖ୍ୟମନ୍ତ୍ରୀ
ନୀତି ଆୟୋଗ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆଗମୀ ୨୫ ବର୍ଷ ପାଇଁ ଦେଶର ବିକାଶ ଯାତ୍ରାରେ ଗ୍ରୋଥ ଇଞ୍ଜିନ ହେବ ଓଡ଼ିଶା । ଓଡ଼ିଶାବାସୀଙ୍କ ଆକାଂକ୍ଷା ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫୦୦ ଟବିଲିୟନ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ।ଓଡ଼ିଶା ସରକାରଙ୍କ ବ୍ୟାପକ ନିଯୁକ୍ତ ଅଭିଯାନ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧ ଲକ୍ଷ ୫୦ହଜାର ଖାଲି ସରକାରୀ ପଦବୀକୁ ନିରପେକ୍ଷ ଓ ପାରଦର୍ଶୀ ଭାବେ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଅବସରରେ ସୁଭଦ୍ରା ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସଂପର୍କରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ସଂପର୍କରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ ।ସେହିପରି ମେକ ଇନ୍ ଓଡ଼ିଶାର ସଫଳତା କଥା କହିଥିଲେ । ନୀତି ଆୟୋଗ ବୈଠକରେ ରାଜ୍ୟ ସରକାରଙ୍କ ୧୮ଟି ଉପଲବ୍ଧି ସଂପର୍କରେ ବଖାଣିଥିଲେ ମୋହନ ମାଝୀ । ଓଡ଼ିଶାକୁ ମିଳିଥିବା ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ ନୀତି ଆୟୋଗ ବୈଠକରେ ଓଡ଼ିଶା ପାଇଁ କୌଣସି ଦାବି ଉପସ୍ଥାପନ କରି ନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
