ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ସ୍କୁଲରେ ମିଳିବ ମଧ୍ୟାହ୍ନ ଭୋଜନ
ଓଡ଼ିଶା ସ୍କୁଲ ପିଲାଙ୍କ ପାଇଁ ଆସିଲା ଭଲ ଖବର। ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ସ୍କୁଲରେ ମଧ୍ୟାହ୍ନ ଭୋଜନ । ଏହି ନିୟମ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ଲାଗୁ ହେବ। ରାଜ୍ୟ ସରକାର ଏନେଇ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସରକାରୀ ଓ ସରକାରୀ ସାହାଯ୍ୟ ପାଉଥିବା ମାଧ୍ୟମିକ ସ୍କୁଲଗୁଡିକରେ ଏହା ଦିଆଯିବ। ଚଳିତ ଶିକ୍ଷା ବର୍ଷରୁ ଏହା ଦିଆଯିବ । ମାଧ୍ୟମକି ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥପାନା ବଢାଇବାକୁ ଏହି ଯୋଜନା ଆରମ୍ଭ କରାଯିବ। ଏଥିରେ ବାର୍ଷିକ ଖର୍ଚ୍ଚ ହେବ ୫୭୦ କୋଟି ଟଙ୍କା। ଏଣିକି ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ମିଳିବ ପୁଷ୍ଟିକର ଲଡୁ ଏବଂ ଅଣ୍ଡା । ସପ୍ତାହକୁ ୩ ଦିନ ମିଳିବ ପୁଷ୍ଟିକର ଲଡୁ। ମଙ୍ଗଳବାର, ଗୁରୁବାର, ଶନିବାର ମିଳିବ ପୁଷ୍ଟିକର ଲଡୁ। ସେହିଭଳି ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଦିଆଯିବ ଅଣ୍ଡା । ପିଏମ୍ ପୋଷଣ ଯୋଜନା ଅଧୀନରେ ପିଲାଙ୍କୁ ଦିଆଯିବ ଲଡୁ ଏବଂ ଅଣ୍ଡା ।
