ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଅଘଟଣ

ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଦଳାଚକଟା, ୧୨ ଆହତ

ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଅଘଟଣ । ଯାତ୍ରୀଙ୍କ ପ୍ରବଳ ଭିତରେ ଦଳାଚକଟାରେ ୧୨ଆହତ । ସମସ୍ତ ଆହତ ବର୍ଦ୍ଧମାନ ମେଡିକାଲ କଲେଜରେ ଭର୍ତ୍ତି। ଗୋଟିଏ ସମୟରେ ଷ୍ଟେସନରେ ୩ଟି ଟ୍ରେନ ଆସିବା କାରଣରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଇଛି। ପ୍ଲାଟଫର୍ମ ନଂ ୪, ୬ ଓ ୭ରେ ଏକକାଳୀନ ୩ଟି ଟ୍ରେନ ପହଞ୍ଚିଥିଲା। ଟ୍ରେନ ଧରିବାକୁ ଯାତ୍ରୀମାନେ ୪ନଂ ଓ ୬ଂ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଫୁଟଓଭର ବ୍ରିଜ ଉପରକୁ ମାଡ଼ି ଯାଇଥିଲେ। ଯାତ୍ରୀଙ୍କ ପ୍ରବଳ ଭିଡ଼ ହେବାରୁ ଅଣଓସାରିଆ ସିଡ଼ିରେ ଏଣେତେଣେ ଦୌଡ଼ିଥିଲେ। ଫଳରେ ଦଳାଚକଟା ସ୍ଥିତି ଉପୁଜି କିଛି ଯାତ୍ରୀ ତଳକୁ ଖସି ପଡ଼ିଥିଲେ। ଆଉ କିଛି ଯାତ୍ରୀଙ୍କ ଉପରେ ଅନ୍ୟ ଯାତ୍ରୀ ଚଢିଯାଇଥିଲେ। ଖବର ପାଇ ରେଳବାଇର ସୁରକ୍ଷା ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦଳାଚକଟା ସ୍ଥିତିର ଯାଞ୍ଚ ଆରମ୍ଭ କରି ରେଳବାଇ ।