ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ଡେଡ୍‌ଲାଇନ୍‌, କାଲି ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ

ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠାଇଲେ ସୁପ୍ରିମକୋର୍ଟ

କୋଲକାତା ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠାଇଛନ୍ତି । ସିବିଆଇ ପକ୍ଷରୁ ନୂଆ ଷ୍ଟାଟସ୍ ରିପୋର୍ଟ ଦାଖଲ ପରେ ସୁପ୍ରିମକୋର୍ଟରେ ଆଜି ଶୁଣାଣିରେ ଏଫଆଇଆରରେ ବିଳମ୍ବ ଓ ପୋଷ୍ଟମର୍ଟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ବିନା ଆନୁଷ୍ଠାନିକ ଅନୁରୋଧରେ ଶବ ବ୍ୟବଚ୍ଛେଦ କିପରି କରାଗଲା ? ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ପଚାରିଥିଲେ, ପୋଷ୍ଟମର୍ଟମ ପାଇଁ ମୃତଦେହ ହସ୍ତାନ୍ତର କରିବା ସମୟର ଚାଲାଣ ଗଲା କୁଆଡ଼େ ? ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଚାଲାଣ ସେମାନଙ୍କର ରେକର୍ଡର ଅଂଶ ନୁହେଁ। ଏହା ଗୁରୁତ୍ୱପୂର୍ଣ୍ଣ କାରଣ ମୃତଦେହ ସହିତ ଆଉ କିଛି ସାମଗ୍ରୀ ପଠାଯାଇଥିଲା କି ନାହିଁ ରେକର୍ଡଭୁକ୍ତ ହୋଇଥାଏ । ବିନା ଚାଲାଣରେ ପୋଷ୍ଟମର୍ଟମ କରୁଥିବା ଡାକ୍ତର ମୃତଦେହକୁ ଗ୍ରହଣ କରିପାରିବେ ନାହିଁ। ଏହାପରେ ଚିଫ୍‌ ଜଷ୍ଟିସ କହିଥିଲେ ବିନା ଆନୁଷ୍ଠାନିକ ଅନୁରୋଧରେ କିଭଳି ଶବ ବ୍ୟବଚ୍ଛେଦ କରାଗଲା ? ସେହିପରି ଏଫଆଇଆର ଦାଖଲରେ ବିଳମ୍ବକୁ ନେଇ ବି ପ୍ରଶ୍ନ କରିଛନ୍ତି ତିନି ଜଣିଆ ଖଣ୍ଡପୀଠ । ତେବେ ଏହି ମାମଲାରେ ଆସନ୍ତା ୧୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

ସେହିପରି ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ସୁପ୍ରିମକୋର୍ଟ । ସେମାନଙ୍କ ବିରୋଧରେ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। କିନ୍ତୁ ଚେତେଇ ଦେଇଛନ୍ତି, ଲଗାତାର କାର୍ଯ୍ୟରୁ ଦୂରେଇ ରହିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ସଂଘ ପକ୍ଷରୁ ହାଜର ହୋଇଥିବା ଓକିଲଙ୍କୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି ।

ରାଗିଗଲେ, ଓକିଲଙ୍କୁ ଉଚ୍ଚ ସ୍ୱରରେ କଥା ନ କହିବାକୁ ତାଗିଦ କଲେ ସିଜେଆଇ । କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ଜଣେ ଓକିଲ ଏପରି ଆଚରଣ କରିଥିଲେ ଯେ ଯେଉଁ କାରଣରୁ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ ତାଙ୍କ ଉପରେ ରାଗିଯାଇଉନ୍ତି ଏବଂ ଆଓ୍ବାଜ୍‌ ତଳକୁ କରିବାକୁ ସିଜେଆଇ କହିଛନ୍ତି। ଓକିଲ ତାଙ୍କ ମତ ରଖିବାକୁ ଯାଇ ଉଚ୍ଚ ସ୍ବରରେ କହୁଥିଲେ, ଯେଉଁଥିରେ ସିଜେଆଇ ରାଗିଯାଇଥିଲେ।