ଲିଙ୍ଗରାଜ ମନ୍ଦିର ପରିସରରେ ସେବାୟତ-ପୋଲିସ ମୁହାଁମୁହିଁ

ମହଶିବିରାତ୍ରୀରେ ଲିଙ୍ଗରାଜରେ ଉତ୍ତେଜନା

ମହଶିବିରାତ୍ରୀରେ ଲିଙ୍ଗରାଜରେ ଉତ୍ତେଜନା । ମନ୍ଦିର ପରିସରରେ ସେବାୟତ-ପୋଲିସ ମୁହାଁମୁହିଁ । ସେବାୟତଙ୍କ ପରିବାର ଦର୍ଶନ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା । ଫଳରେ ନୀତି ବ୍ୟାହତ ହୋଇଥିଲା । ତେବେ ଆଇନ ମନ୍ତ୍ରୀ କହିଛନ୍ତି, ସୁରୁଖୁରୁରେ ଚାଲଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ସେବାୟମାନେ ନୀତିକାନ୍ତି ଠିକ ସମୟରେ ସରିବା ନେଇ ପ୍ରତିଶୃତି ଦେଇଛନ୍ତି ।ଜିଲ୍ଲାପାଳ, ଡିସିପି ଓ ଅନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି । ଦୀପ ବସାଇବାକୁ ରାତିରେ ଯେପରି ବିଶୃଙ୍ଖଳା ନ ହୁଏ, ସେଥିପାଇଁ ସ୍ଥାନ ନିର୍ଧାରଣ ହୋଇଛି । ମହାଦୀପ ଠିକ ସମୟରେ ଉଠିବା ନେଇ କାମ ଚାଲଛି । ନୀତିକାନ୍ତି ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ଚାଲିଛି । ଏଥିସହ ପାସ୍ ବିଭ୍ରାଟ ଆଦୌ ହୋଇନି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଗତ ଥର କିଛି ଦୁର୍ବୃତ୍ତ ପାସ୍ କୁ ଜେରକ୍ସ କରିଥିଲେ । ଏଥର ସେଥିପାଇଁ ପାସରେ QR କୋଡ଼ ଲଗାଯାଇଛି ।

Leave a Reply

Your email address will not be published. Required fields are marked *