ବଳଗଣ୍ଡି ଛକରେ ଦୁର୍ଘଟଣାରେ ଶିଶୁ ମୃତ୍ୟୁ ଘଟଣା, ୪ ଲକ୍ଷ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ ବଡଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା, ଶିଶୁ ମୃତ

ପୁରୀ ବଳଗଣ୍ଡି ଛକରେ ସଡ଼କ ଦୁର୍ଘଟଣାରେ ଶିଶୁ ମୃତ୍ୟୁ ଘଟଣା। ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା । ଶିଶୁ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଲେ । ଦୁର୍ଘଟଣାରେ ଶିଶୁ ମୃତ୍ୟୁକୁ ନେଇ ପୁରୀ ବଳଗଣ୍ଡି ଛକରେ ରାସ୍ତାରୋକ ।ମୃତଦେହ ରଖି ପରିବାର ଲୋକଙ୍କ ରାସ୍ତାରୋକ । ସ୍କୁଟିକୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା ବୋଲେରୋ । ଟାଉନଥାନା କୁମୁଟିସାହି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ନାତି ଓ ଅନ୍ୟ ଜଣେ ପିଲାକୁ ସ୍କୁଟିରେ ସ୍କୁଲ ଛାଡିବାକୁ ଯାଉଥିଲେ। ବଳଗଣ୍ଡି ଛକରେ ଏକ ବୋଲେରୋ ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ବର୍ଷ ବୟସର ଶ୍ରେୟାନ୍ସର ମୃତ୍ୟୁ ହୋଇଥିଲା । ସ୍କୁଟି ଚାଳକ ଓ ପଛରେ ବସିଥିବା ଅନ୍ୟ ଜଣେ ଛୋଟପିଲା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *