ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି । ସକାଳ ୧୦ଟା ୩୦ରୁ ଭୁବନେଶ୍ବର ୟୁନିଟ-୨ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ)ରେ ମୁଖ୍ୟମନ୍ତ୍ରୀ ଜନଶୁଣାଣି ଚାଲିଛି। ଗତ ସେପ୍ଟେମ୍ବର ୮ରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ ଏହି ଶୁଣାଣି ସେମାନଙ୍କ ପାଇଁ ଉଦ୍ଦିଷ୍ଟ। ସେମାନେ ଆଉ ପୁନଃ ପଞ୍ଜୀକରଣ କରିବା ଆବଶ୍ୟକ ନାହିଁ।ସେପ୍ଟେମ୍ବର ୮ ତାରିଖ ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀ ସେମାନଙ୍କ ପ୍ରାପ୍ତି ସ୍ବୀକାରପତ୍ର, ବ୍ୟକ୍ତିଗତ ପରିଚୟପତ୍ର ତଥା ଆବେଦନ ପତ୍ର ସହିତ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ, ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଗତ ଅଗଷ୍ଟ ୧୧ରେ ଅନୁଷ୍ଠିତ ହୋଇଥିଲା। ଏହାପରେ ବିଭିନ୍ନ କାରଣରୁ ସୋମବାର ହେଉଥିବା ଏହି ଅଭିଯୋଗ ଶୁଣାଣି ବନ୍ଦ ଥିଲା।

Leave a Reply

Your email address will not be published. Required fields are marked *