ସମ୍ୱଲପୁରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର ।  ମହାନଗର ନିଗମ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଜନଶଣାଣି ପାଇଁ ହଜାରେ ଲୋକ ପଞ୍ଜିକରଣ କରିଛନ୍ତି ।  ସକାଳ ୮ଟାରୁ ଗୋଟିଏ ୩୦ ମିନିଟ ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି କରାଯାଇଛି । ମହାନଗର ନିଗମ କାର୍ଯ୍ୟାଳୟରେ ଚାଲିଛି ଅଭିଯୋଗ ଶୁଣାଣି । ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ହଜାରେ ଲୋକ ପଞ୍ଜିକରଣ କରିଥିଲେ । ମୁଖ୍ଯମନ୍ତ୍ରୀଙ୍କ ସହ ମନ୍ତ୍ରୀମାନେ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଅଛନ୍ତି ।  ୧୦ ମନ୍ତ୍ରୀଙ୍କ ସହ ୧୩ ଜଣ ବିଭାଗୀୟ ସଚିବ ଉପସ୍ଥିତ ଅଛନ୍ତି। ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ସୁରେଶ ପୂଜାରୀ, ମୁକେଶ ମହାଲିଙ୍ଗ, ରବି ନାଏକ ଭଳି ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ।  ଉପସ୍ଥିତ ଅଛନ୍ତି ୧୩ ବରିଷ୍ଠ ଜଣ ଆଇଏଏସ୍ । ଗତକାଲି ସମ୍ବଲପୁର ପହଞ୍ଚି ମା ସମଲେଇଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏହା ସହ ସମଲେଇ ପ୍ରକଳ୍ପ ଅଞ୍ଚଳ ବୁଲିଛନ୍ତି ।  ତାଙ୍କ ସାଙ୍ଗରେ ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓ, ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ, ପଂଚାୟତିରାଜମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ମନ୍ତ୍ରୀ ଗଣେଷରାମ ଖୁଣ୍ଟିଆ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଥିଲେ । ଶୁଣାଣି ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ମହାନଗର ନିଗମ କାର୍ଯ୍ୟାଳୟରେ ବୈଠକ କରିଥିଲେ ।