ଗଞ୍ଜାମ ଜିଲ୍ଲାକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ଶିଳ୍ପ

ବ୍ରହ୍ମପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିବା ସହ ବିଜେଡିକୁ କଲେ ଟାର୍ଗେଟ । ସମ୍ବଲପୁର ପରେ ବ୍ରହ୍ମପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ବ୍ରହ୍ମପୁରକୁ ଆସିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଆପଣମାନଙ୍କ ଦାବି ଓ ସମସ୍ୟା ଶୁଣିବା ପାଇଁ ବ୍ରହ୍ମପୁର ଆସିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଗଞ୍ଜାମ ଜିଲ୍ଲାକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ଶିଳ୍ପ ।ଏଥିସହ ମୁଖ୍ୟମନ୍ତ୍ରୀ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ‘ଫାଇଭ୍-ଟି ସ୍କୁଲ ଏକ ପ୍ରହସନ ଥିଲା । ମାତ୍ର ୧୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ କରି ଡିଜିଟାଲ୍ ସ୍କୁଲ ନାଁରେ ପ୍ରହସନ ଚାଲିଥିଲା । ବାସ୍ତବ କ୍ଷେତ୍ରରେ ପିଲାମାନଙ୍କ ଉନ୍ନତ ଶିକ୍ଷାଦାନ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ଆମ ସରକାର ଆସିବା ପରେ ଏବେ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ ।’ ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।